The Ultimate Managed Hosting Platform
ADVERTISEMENT

ମିଳିଲାନି ଛୁଟି, ରାଗିଯାଇ ସହକର୍ମୀଙ୍କୁ ଛୁରାମାଡ କଲେ ସରକାରୀ କର୍ମଚାରୀ

Facebook
Twitter
LinkedIn

କୋଲକତା : ଛୁଟି ନ ମିଳିବାରୁ ସହକର୍ମୀଙ୍କୁ ଛୁରାମାଡ କଲେ ସରକାରୀ କର୍ମଚାରୀ । ସରକାରୀ କର୍ମଚାରୀ ଜଣକ ରାଗି ଯାଇ ୪ ଜଣଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି । ଘଟଣାଟି ଘଟିଛି । ଖବର ମୁତାବକ, କୋଲକତାର ନ୍ୟୁଟାଉନ ଅଞ୍ଚଳରେ ଅସିତ ସରକାର ଜଣେ ସରକାରୀ କର୍ମଚାରୀ । ସେ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗରେ କାର୍ୟ୍ୟ କରନ୍ତି । କିଛିଦିନ ଛୁଟି ନେଇ ଘରକୁ ଯିବାକୁ ଚାହୁଁଥିଲେ ଅସିତ । କୌଣସି କାରଣ ଯୋଗୁଁ ତାଙ୍କୁ ଛୁଟି ମିଳିନଥିଲା, ସେଥିପାଇଁ ତାଙ୍କ ସହକର୍ମୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଏହା ପରେ ଯୁବକ ଜଣକ ଉତ୍ୟକ୍ତ ହୋଇ ନିଜର ୪ ଜଣ ସହକର୍ମୀଙ୍କୁ ଛୁରି ଧରି ଆକ୍ରମଣ କରି ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛୁରୀ ସହ ଅଭିଯୁକ୍ତକୁ ଗିରଫ କରିଥିଲା । ପୋଲିସର କହିବା ଅନୁଯାୟୀ, ଯେତେବେଳେ ଅସିତ ସରକାରଙ୍କୁ ଛୁଟି ମିଳିଲା ନାହିଁ ସେ ରାଗିଯାଇ ଏପରି କରିଛନ୍ତି । ତେବେ ଏହି ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login