ବଲାଙ୍ଗିର : ଗନ୍ଧମାର୍ଦ୍ଦନରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ଭାନୁପୁର ପଞ୍ଚାୟତ ହନୁପାଲି ଗାଁ ଜଙ୍ଗଲରେ ଗୁଳିବିନିମୟ ଜାରି । ମାଓବାଦୀ ଲୁଚିଥିବା ଖବର ପାଇ ଚାଲିଛି କମ୍ବିଂ ଅପରେସନ । ସୂଚନା ଅନୁସାରେ ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ । ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଥିଲେ କାଙ୍କେର ଏସପି ।
Views: 55











