ଭୁବନେଶ୍ୱର : ସମ୍ବଲପୁରରୁ ବବି ଦାସ ଲଢିବାର ନ ଥିଲା କହିଲେ ମହେଶ ସାହୁ । ନିଷ୍ପତ୍ତି ଭୁ ଥିଲା କହିଲେ ବିଜେଡି ନେତା ମହେଶ ସାହୁ । ସମ୍ବଲପୁର ବଦଳରେ ଯାଜପୁରରୁ ଲଢିଥିଲେ ଭଲ ହୋଇଥାଆନ୍ତା । ଆମର ୧୦ରୁ ୧୨ ବିଧାୟକ ଆସିଥାନ୍ତେ, ଆମେ ସରକାର କରିଥାନ୍ତୁ । ଅତୀତରେ ଭୁଲ ନିଷ୍ପତ୍ତି ଥିଲା । ସମ୍ବଲପୁରରୁ ଲଢ଼ିବାର ନଥିଲା ।ସେପଟେ ବିଜେଡିରେ ମେଳି ବାନ୍ଧୁଥିବା ନେତାଙ୍କୁ ବିଜେଡି ନେତା ମହେଶ ସାହୁଙ୍କ କଡ଼ା ଜବାବ । କହିଲେ, ପରାଜୟ ପରେ ଯିଏ ମୁଁହ ଖୋଲୁଛି ଠିକନୁହେଁ । ନବୀନ ବାବୁ ଯେତବେଳେ କ୍ଷମତାରେ ଥିଲେ ସେତବେଳେ କହିଲେନି । ତମେ ତ ନବୀନ ବାବୁଙ୍କୁ ସାହସ କରି କଥା ବାର୍ତ୍ତା କରିବ ନାହିଁ । ପରାଜୟ ପରେ ଏସବୁ କହିବାର ମାନେ କିଛି ନାହିଁ । ମୁଁ ସେ ସପକ୍ଷରେ ନୁହେଁ । ନବୀନ ବାବୁ ଦେଖା ସାକ୍ଷାତ କରୁଛନ୍ତି । ଦେଖା କରିବାର ଆଗ୍ରହ ଥିବା ଦରକାର । କିଏ ମନା କଲା ବୋଲି କଣ ଚୁପ ଚାପ ରହିବ । ବିଜେଡିରେ ବିଶୃଙ୍ଖଳାର ସ୍ଥାନ ନାହିଁ । ଯିଏ ବିଶୃଙ୍ଖଳା କରିବ ସେ ମନକୁ ବେଡିଙ୍ଗ ପତ୍ର ଧରି ଯିଵ । ନହେଲେ ଆପେ ଆପେ ବାହରିକି ଯିବ ।
ସମ୍ବଲପୁରରୁ ବବି ଲଢିବା ଭୁଲ ନିଷ୍ପତ୍ତି ;ମହେଶ ସାହୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











