ଭୁବନେଶ୍ୱର : ମାଘ ମେଳା ପାଇଁ ଉତ୍ସବମୁଖର ଭୁବନେଶ୍ବର ଖଣ୍ଡଗିରି । ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଘଣ୍ଟ ଘଣ୍ଟା ବେଦ ମନ୍ତ୍ର ରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ସପ୍ତମୀରୁ ଧ୍ବନି ପ୍ରଜ୍ବଳିତ ହେଇ ମାଘ ପୂର୍ଣ୍ଣମୀରେ ପଡ଼ିବ ପୂର୍ଣ୍ଣାହୁତି । ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ୯ ଦିନ ଧରି ଖଣ୍ଡଗିରିରେ ଚାଲିବ ଜପତପ । ଖଣ୍ଡଗିରି ମେଳାରେ ଚଳିତ ଥର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମେଳାରେ ବହୁ ସଂଖ୍ୟାରେ ସ୍ବେଚ୍ଛାକର୍ମୀ ମାନେ ନିୟୋଜିତ ହେବେ ।ଅନ୍ୟପଟେ ମେଳା ବୁଲିବା ସଙ୍ଗେ ସଙ୍ଗେ ଚାରିପାଖର ପରିବେଶ କିପରି ସଫା ରହିବ ସେନେଇ ସଚେତନ ହେବାକୁ ଜନସାଧାରଣଙ୍କୁ ମଧ୍ୟ ଅପିଲ କରାଯାଇଛି । ମେଳାରେ ଲକ୍ଷଲକ୍ଷ ଲୋକଙ୍କ ଆଗମନ ହେତୁ ଏଠାରେ ପ୍ଲାଷ୍ଟିକ୍ ଜରି, ବୋତଲ ଓ ପଲିଥିନ୍ ଆଦିର ବହୁଳ ବ୍ୟବହାର ନେଇ ଆଶଙ୍କା ଉପୁଜିଛି। ମେଳାରେ ଅଂଶଗ୍ରହଣ କରୁଥିବା ଦୋକାନୀମାନେ ପ୍ଲାଷ୍ଟିକ୍ ବଦଳରେ କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ ନିବେଦନ କରାଯାଇଛି ।
Views: 22