The Ultimate Managed Hosting Platform
ADVERTISEMENT

ଆତଙ୍କବାଦୀଙ୍କ ଆକ୍ରମଣରେ ଅବସରପ୍ରାପ୍ତ ସୈନିକ ସହିଦ

Facebook
Twitter
LinkedIn

ଜମ୍ମୁ: ଆତଙ୍କବାଦୀଙ୍କ ଆକ୍ରମଣରେ ଅବସରପ୍ରାପ୍ତ ସୈନିକ ସହିଦ । ପନôୀ ଓ ଝିଅ ଆକ୍ରମଣରେ ଆହତ ହୋଇଛନ୍ତି । ଜାମ୍ମୁ-କାଶ୍ମୀରର କୁଲଗାମରେ ବଡ ଧରଣର ଆତଙ୍କୀ ହମଲା ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ସୋମବାର ଦ୍ଵିପ୍ରହରରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲା ବେହିବାଗ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସୈନିକଙ୍କ ପରିବାର ଉପରକୁ ଗୁଳି ଚଳାଇଥିଲେ ।ଆତଙ୍କୀମାନେ ଅବସରପ୍ରାପ୍ତ ସୈନିକ ମଞ୍ଜୁର ଅହମ୍ମଦ ବାଗୟ, ତାଙ୍କ ପତ୍ନୀ ଓ ଝିଅ ଉପରକୁ ପାଖରୁ ଗୁଳି ଚଳାଇଥିଲେ । ଏଥିରେ ତିନି ଜଣ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ହେଲେ ମଞ୍ଜୁରଙ୍କ ପେଟରେ ଗୁଳି ବାଜିଥିବାରୁ ହସ୍ପିଟାଲରେ ଚିକିତ୍ସା ସମୟରେ ହିଁ ସେ ଆଖି ବୁଜିଥିଲେ ।ଆତଙ୍କବାଦୀ ଆକ୍ରମଣ ପରେ ପୋଲିସ, ସେନା ଓ ସିଆରପିଏଫ୍ ଯବାନଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ।ଆତଙ୍କବାଦୀଙ୍କୁ ଧରିବା ପାଇଁ ଅଞ୍ଚଳକୁ ଘେରାଉ କରାଯିବା ସହ ଖୋଜାଖୋଜି ଅଭିଯାନ ଆରମ୍ଭ କରାଯାଇଛି । ସେପଟେ ବରିଷ୍ଠ ସୁରକ୍ଷା ଅଧିକାରୀ ମଧ୍ୟ ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login