ଭୁବନେଶ୍ୱର : ଆଗାମୀ ସାଙ୍ଗଠନିକ ନିର୍ବାଚନ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ସମନ୍ବୟ ଓ କ୍ରିୟାନୁଷ୍ଠାନ କମିଟି ସହ ଉପଦେଷ୍ଟା କମିଟି, ସଭ୍ୟ ସଂଗ୍ରହ ଅଭିଯାନ କମିଟି ଓ କାର୍ୟ୍ୟ ପରିଚାଳନା କମିଟର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି । ସଭ୍ୟ ସଂଗ୍ରହ ଓ ଆସନ୍ତା ବିଜୁ ଜୟନ୍ତୀ ପାଳନ ନେଇ ଆଲୋଚନା ଚାଲିଛି । ଏପଟେ ୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ।
ଶଂଖ ଭବନରେ ବିଧାୟକ ଦଳ ନେତାଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ ମିଟିଂ । ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ସଂସଦର ବଜେଟ ଅଧିବେଶନ ପୂର୍ବରୁ ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି । ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।
Views: 20