ଭଦ୍ରକ : ଧାମନଗର ବ୍ଲକ କଟସାହି ମଣ୍ଡି ଅଧିକାରୀଙ୍କୁ ସୋ କଜ୍ ନୋଟିସ । ଚାଷୀ ବେଶରେ ମଣ୍ଡି ବୁଲିଲେ, ସୋ କଜ୍ ନୋଟିସ ଦେଲେ ଜିଲ୍ଲାପାଳ । ଜଣେ ଚାଷୀ ପରିଚୟ ଦେଇ ଧାନ ବିକ୍ରି କଥା କହିଥିଲେ ଜିଲ୍ଲାପାଳ । ୮ କେଜି କଟନୀ ଛଟନୀ ହେବ ବୋଲି ମଣ୍ଡି ଅଧିକାରୀ କହିବାରୁ ନୋଟିସ । ô
ଭଦ୍ରକ ଜିଲ୍ଲାରେ ଧାନର କଟଣୀ, ଛଟନୀକୁ ନେଇ ଚାଷୀ ମାନଙ୍କ ଅଭିଯୋଗ ଆସିବା ପରେ ଆକ୍ସନ ମୁଡ଼ରେ ଜିଲ୍ଲା ପ୍ରଶାସନ। ସକାଳୁ ସକାଳୁ ହାପ ପ୍ୟାଣ୍ଟ, ଟି ସାର୍ଟ , ମୁହଁରେ ମାସ୍କ , ଟୋପି ଓ କାନ୍ଧରେ ଗାମୁଛା ପକାଇ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ।
ଧାମନଗର ବ୍ଲକ କଟସାହି ସେବା ସମବାୟ ସମିତିକୁ ଗସ୍ତ କରି ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ । ପରିଚୟ ଗୋପନ ରଖି ଚାଷୀଙ୍କୁ ସମସ୍ୟା ପଚାରି ବୁଝିଥିଲେ । ଜିଲ୍ଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନ ବିଷୟରେ ପଚାରିଥିଲେ । ଶେଷରେ ମଣ୍ଡିରେ ପହଞ୍ଚି ଅନ୍ୟ ଜଣେ ଚାଷୀଙ୍କ ନାମରେ ଟୋକନ ଧରି ଧାନ ବିକ୍ରି ପାଇଁ କହିଥିଲେ । ହେଲେ ସମବାୟ ଦାୟିତ୍ଵରେ ଥିବା ଅଧିକାରୀ ଚିହ୍ନିପାରି ନଥିଲେ । ୮ କିଲୋ ପର୍ୟ୍ୟନ୍ତ କଟନୀ ଛଟନୀ ହେବ ବୋଲି କହି ଦେଇଥିଲେ । ବାସ୍ ଫୈସଲା ଅନ୍ ସ୍ପଟ୍। ସଙ୍ଗେ ସଙ୍ଗେ ସେହିଠାରେ ମଣ୍ଡି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ ।
ମଣ୍ଡି ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଛାଟ ; ଚାଷୀ ବେଶରେ ମଣ୍ଡି ବୁଲିଲେ, ସୋ କଜ୍ ନୋଟିସ ଦେଲେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











