ମାଲକାନଗିରି : ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ ନିହତ । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀ ହେଲେ ମାଓ ସଙ୍ଗଠନର ଜୋନାଲ୍ କମିଟି ସଦସ୍ୟ ବିନୟ ଗଞ୍ଜୁ ଏବଂ ଏରିଆ କମିଟି ସଦସ୍ୟ ହେମନ୍ତି ମଝିୟାନ । ଏହା ସହ ଘଟଣା ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ମାଓବାଦୀ ଗତିବିଧି ଖବର ପାଇ ସୋନୁଆ ଥାନା ଲୋଞ୍ଜୋ ପାହାଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷାବାହିନୀ ।
Views: 39