The Ultimate Managed Hosting Platform
ADVERTISEMENT

ଏଣିକି ରେଳ ଧାରଣା ନିକଟରେ ସେଲଫି ଉଠାଇଲେ ଜରିମାନା ସହ ଯିବାକୁ ପଡିବ ଜେଲ୍

Facebook
Twitter
LinkedIn

ଭୁବନେଶ୍ୱର ; ରେଳଧାରଣା ନିକଟରେ ସେଲଫି ଉଠାଇଲେ ଯିବାକୁ ପଡ଼ିବ ଜେଲ । ଏନେଇ କଠୋର ହୋଇଛି ପୂର୍ବତଟ ରେଳବାଇ । ଦିନକୁ ଦିନ କିଶୋର ତଥା କଲେଜ ଛାତ୍ରଛାତ୍ରୀ ରେଳ ଧାରଣା ନିକଟରେ କିମ୍ବା ରେଳ ପରିସରର ସମ୍ବେଦନଶୀଳ ଅଞ୍ଚଳରେ ସେଲ୍ଫି ନେଉଥିବାରୁ ପୂର୍ବତଟ ରେଳପଥ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏଥିସହ ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ, ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ ବିପଦପୂର୍ଣ୍ଣ ଅଭ୍ୟାସ ସମ୍ବନ୍ଧରେ ସଚେତନ କରାଇବାକୁ ରେଳପଥ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛି। ତେଣୁ ରେଳବାଇ ଆଇନର ଧାରା ୧୪୭ ଏବଂ ୧୫୩ ଅନୁଯାୟୀ, ଚଳନ୍ତା ଟ୍ରେନ୍ ନିକଟରେ କିମ୍ବା ରେଳ ଟ୍ରାକରେ ସେଲ୍ଫି ନେଉଥିବା ବ୍ୟକ୍ତିଙ୍କୁ ଜରିମାନା ସହ ଏଣିକି ଜେଲ୍ ମଧ୍ୟ ହୋଇପାରେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login