ରେଢାଖୋଲ : ନାମ ସଂକୀର୍ତ୍ତନ ସାରି ଫେରୁଥିବା ବେଳେ ଓଲଟିଲା ପିକଅପ ଗାଡି । ଦୁର୍ଘଟଣାରେ ୨୨ ଜଣ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ ବିଶିପାଲି ଛକରୁ ବୀରମହାରାଜପୁରକୁ ଯାଇଥିବା ରାସ୍ତାର ଧଉରାଖମଣ ଗାଁ ନିକଟରେ ଦୁର୍ଘଟଣା ଘଟିଛି । ବୌଦ୍ଧ ଜିଲ୍ଲା ନାରାୟଣ ନଗରକୁ ନାମ ସଂକିର୍ତ୍ତନ କରିସାରି ୩୦ରୁ ଅଧିକ ଲୋକଙ୍କୁ ଧରି ଏକ ପିକଅପ ଗାଡ଼ି ସୁବଳୟା ଟାମକିଆଦାଦର ଗାଁକୁ ଫେରୁଥିଲା । ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହାତ ମାନଙ୍କୁ ସୁବଳୟା ମେଡିକାଲରେ ଭର୍ତ୍ତି କରାଯାଇଛି । ୪ଜଣ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
Views: 42