ବଣାଇ : ଭିଜିଲାନ୍ସ ଜାଲରେ ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ । ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ । ଜପୁର ଟାଉନରେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ଼। ସେହିପରି ଭୁବନେଶ୍ୱର, ବାଲେଶ୍ଵର, ଯାଜପୁର ଓ ସୁନ୍ଦରଗଡ଼ରେ ଚଢ଼ାଉ କରୁଛି ଭିଜିଲାନ୍ସ । ରେଡରେ ଜଣେ ଅତିରିକ୍ତ ଏସପି, ତିନି ଜଣ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବିଶ୍ବଦର୍ଶୀଙ୍କ ଭୁବନେଶ୍ୱର ଓଲଡ଼ ଟାଉନରେ ଦୁଇ ମହଲା ଘର, ଲକ୍ଷ୍ମୀସାଗର ଭଗବାନ ଟାୱାରରେ ଫ୍ଲାଟ, ଖାରବେଳନଗର ଇଭିଓଏସ ଗାଲାକ୍ସିରେ ଫ୍ଲାଟ ଓ ବାଲେଶ୍ଵର ଏସ ଏନ ସେନ ରୋଡ଼ରେ ରହିଛି ଫ୍ଲାଟ।
Views: 43