The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ରାତିଅଧିଆ ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

Facebook
Twitter
LinkedIn

ତେଲକୋଇ : ପଞ୍ଚାୟତ ଯୋଗାଣ ସହାୟକ ସାଜିଛନ୍ତି ଦଲାଲ ।ରାତି ଅଧିଆ ଚାଲାଣ ହେଉଛି ମଧ୍ୟାହ୍ନ ଭୋଜନ ଚାଉଳ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ଅନ୍ତର୍ଗତ ବେଣାମୁଣ୍ଡା ଗାଁରେ ଘଟିଛି ଏଭଳି ଘଟଣା ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବ୍ୟାନର ଲଗାଇ କେନ୍ଦୁଝରରୁ ମଧ୍ୟାହ୍ନ ଭୋଜନ ଚାଉଳ ନେଇ ଏକ ଟ୍ରକ କାଟେଣିପଶି ଆଶ୍ରମ ସ୍କୁଲକୁ ଯାଉଥିଲା । ବେଣାମୁଣ୍ଡା ବଜାର ନିକଟରେ ଗୋଟିଏ ଘରେ ମଧ୍ୟାହ୍ନ ଭୋଜନ ଚାଉଳକୁ ଅନଲୋଡ କରାଯାଉଥିବା ଲୋକେ ଦେଖିବାକୁ ପାଇଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ କାହା ନିର୍ଦ୍ଦେଶରେ ଏଠାରେ ଅନଲୋଡ କରାଯାଉଛି ବୋଲି ଲୋକେ ଡ୍ରାଇଭରକୁ ପଚାରିଥିଲେ । ହେଲେ ଡ୍ରାଇଭର କହିଥିଲେ ଯେ, ଯୋଗାଣ ସହାୟକଙ୍କ ନିର୍ଦ୍ଦେଶରେ ଆମେ ଏଠାରେ ଅନଲୋଡ କରୁଛୁ ।

ମଧ୍ୟାହ୍ନ ଭୋଜନ ଚାଉଳ ବଳଭଦ୍ରପୁର ପଞ୍ଚାୟତର କାଟେଣିପଶି ଆଶ୍ରମ ସ୍କୁଲକୁ ଆସିଥିଲା । ତେବେ ସ୍କୁଲକୁ ରାସ୍ତା ଥିଲେ ମଧ୍ୟ ସେଠାକୁ ଗାଡିଯିବନାହିଁ କହି ବଳଭଦ୍ରପୁର ପଞ୍ଚାୟତ ଯୋଗାଣ ସହାୟକ ବେଣାମୁଣ୍ଡା ଠାରେ ଚାଉଳକୁ ଅନଲୋଡ କରାଇଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ପୁଲିସକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କିଛି ପଦକ୍ଷେପ ଗ୍ରହଣ କରି ଫେରି ଯାଇଥିବା ବେଳେ ଲୋକେ ଚାଉଳ ଗାଡିକୁ ରାତି ସାରା ଜଗିରହିଥିଲେ ।

ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଫେବୃୟାରୀ ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର‌୍ୟ୍ୟନ୍ତ ସ୍କୁଲ ଖୋଲାଯିବ । ସ୍କୁଲରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ଚାଉଳର ବ୍ୟବସ୍ଥା କରାଯାଉଥିବା ବେଳେ ଅଧା ରାସ୍ତାରୁ ଯୋଗାଣ ସହାୟକଙ୍କ ଦ୍ବାରା ମଧ୍ୟାହ୍ନ ଭୋଜନ ଚାଉଳ ବାଟମାରଣା ହେଉଛି । ଅଭିଯୋଗ ପରେ ମଧ୍ୟ ପୁଲିସ ଜାଣିଶୁଣି ଚାଉଳ କଳାବଜାରି କରୁଥିବା ଲୋକଙ୍କୁ ଘଣ୍ଟ ଘୋଡାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login