ଦେବଗଡ : ବିଦା ହେଲେ ଦେବଗଡ ପୈାରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ । ପୈାରାଧ୍ୟକ୍ଷାଙ୍କ ବିରାଧେରେ ଅନିୟମିତତା ଅଭିଯୋଗ ଥିଲା । ଅଭିଯୋଗ ଆଧାରରେ ରାଜ୍ୟ ସରକାର ଗତ ନଭେମ୍ବର ୧୧ ତାରିଖରେ ତାଙ୍କ ବିରୁଦ୍ଧରେ କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ନୋଟିସ ଜାରି କରିଥିଲେ । ସେହିପରି ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲ୍ଲଂଘନ କରିବା ସହ ଗାଇଡଲାଇନକୁ ଅମାନ୍ୟ କରିଥିବା ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରୁ ରାଜ୍ୟ ସରକାର ଅନୁଭବ କରିଥିଲେ । ଫଳରେ ତାଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ପଦଚ୍ୟୁତ /ଅପସାରଣ କରାଯାଇଥିବା ଜଣାପଡିଛି ।
Views: 36