ଭୁବନେଶ୍ୱର : ଜଳିଗଲା ମେଡିସିନ ଷ୍ଟୋର । ଦୋକାନ ଜଳି ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ପାଉଁଶ । ଭୁବନେଶ୍ୱର ଉପକଣ୍ଠ ରୁଦ୍ରପୁର ମେଡିସିନ ଗୋଦାମରେ ଲାଗିଲା ନିଆଁ । ଭୁବନେଶ୍ୱର, ପାହାଳର ଦୁଇଟି ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲାଗିବା କାରଣରୁ ଅନେକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ନିଆଁ ଆୟତ୍ତକୁ ଆସିବା ପରେ ଜଣାପଡିବ କେତେ କ୍ଷୟକ୍ଷତି ହୋଇଛି । ତେବେ ନିଆଁ କେମିତି ଲାଗିଲା, ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।
Views: 34