ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ମାତ୍ର ଆଉ କିଛିଦିନ ବାକି । ଦିଲ୍ଲୀରେ ୭୦ ବିଧାନସଭା ସିଟ୍ ପାଇଁ ୫ ଫେବୃଆରୀରେ ନିର୍ବାଚନ ହେବ । ନିର୍ବାଚନ ଫଳାଫଳ ଘୋଷଣା ଫେବୃଆରୀ ୮ ତାରିଖରେ ହେବ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପାର୍ଟି ପାଇଁ ଘୋଷଣାପତ୍ର ଜାରି କରିଛନ୍ତି । ଦିଲ୍ଲୀ ନିର୍ବାଚନ ପାଇଁ ପ୍ରତିଶ୍ରୁତି ବର୍ଷା କଲା ଆପ୍ । ଭୋଟରଙ୍କୁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି ଦେଇଛନ୍ତି ।
ପ୍ରଥମ ଗ୍ୟାରେଣ୍ଟି ଦେଇଛନ୍ତି ନିଯୁକ୍ତି ଗ୍ୟାରେଣ୍ଟି । ଦ୍ବିତୀୟ ଗ୍ୟାରେଣ୍ଟି ପ୍ରତି ମହିଳାଙ୍କୁ ମାସକୁ ୨୧ ଶହ ଟଙ୍କାର ଆର୍ଥିକ ସହାୟତା । ମହିଳା ସମ୍ମାନ ଯୋଜନାରେ ଏହି ସହାୟତା ପ୍ରଦାନ କରାଯିବ । ମେଡିକାଲରେ ଚିକିତ୍ସା ପାଇଁ ସଂଜୀବନୀ ସ୍କିମ୍ ଘୋଷଣା କରିଛନ୍ତି କେଜ୍ରିୱାଲ । ପୁରୁଣା ପାଣି ବିଲ୍ ଛାଡ଼ ପ୍ରତିଶ୍ରୁତି ଦେଇଛନ୍ତି । ୨୪ ଘଣ୍ଟା ସଫା ପାଣି । ଶିକ୍ଷା ପାଇଁ ଆମ୍ବେଦକର ସ୍କଲାରସିପ୍ ଯୋଜନା । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ଓ ମେଟ୍ରୋରେ ୫୦ ପ୍ରତିଶତ ଛାଡ଼ । ଭଡାଟିଆଙ୍କୁ ମାଗଣା ବିଜୁଳି ଏବଂ ପାଣି ସୁବିଧା । ମନ୍ଦିର ଓ ଗୁରୁଦ୍ବାରା ପୂଜକଙ୍କୁ ୧୮ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ଅଟୋ ରିକ୍ସା, ଇ-ରିକ୍ସା ଓ ଟ୍ୟାକ୍ସି ଡ୍ରାଇଭରଙ୍କ ଝିଅ ବାହାଘର ବେଳେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ସେମାନଙ୍କ ପିଲାଙ୍କୁ ମାଗଣା କୋଚିଂ ପ୍ରତିଶ୍ରୁତି । ସେମାନଙ୍କୁ ୧୦ ଲକ୍ଷର ସ୍ବାସ୍ଥ୍ୟ ବୀମା ଓ ତାଙ୍କ ପରିବାରକୁ ୫ ଲକ୍ଷର ସ୍ବାସ୍ଥ୍ୟ ବୀମା ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପୁରୁଣା ୬ ଗ୍ୟାରେଣ୍ଟି ଜାରି ରହିବ ବୋଲି ଘୋଷଣା କରିଛନ୍ତି କେଜ୍ରୱାଲ । ଏଥିରେ ମାଗଣା ବିଜୁଳି, ମାଗଣା ପାଣି, ବୟସ୍କଙ୍କ ପାଇଁ ମାଗଣା ତୀର୍ଥ ଯାତ୍ରା, ମହିଳାଙ୍କ ପାଇଁ ମାଗଣା ବସ୍ ଇତ୍ୟାଦି ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି, ଆପ ଜାରି କଲା ଘୋଷଣା ପତ୍ର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











