ଦିଗପହଣ୍ଡି : ୪ ଅପହୃତ ଯୁବକ ଅପହରଣ ମାମଲାରେ ଜଣେ ଅଟକ । ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପିଙ୍କ ସୂଚନା । ଘଟଣାରେ ୫ ରୁ ଅଧିକ ଅପହରଣକାରୀ ସାମିଲ ଥିବା ଏସପିଙ୍କ ସୂଚନା । ଭୁବନେଶ୍ୱରରୁ ଅପହରଣ କରି ଗଂଜାମରେ ଆଣି ରଖିଥିଲେ । ଭୁବନେଶ୍ୱରରୁ ଅପହରଣ କରି ଗଂଜାମରେ ଆଣି ରଖିଥିଲେ । ୪ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ । ଲୋନ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିବା ବେଳେ ଅପହରଣ । ପ୍ରୋଜେକ୍ଟ ଦେଖାଇବାକୁ ଡାକି ୪ ଜଣଙ୍କୁ ଅପହରଣ କରିଥିଲେ । ୨ କୋଟି ଟଙ୍କା ନ ଦେଲେ ଜୀବନରୁ ମାରିବାକୁ ଧମକ ଦେଉଥିଲେ । ଯୁବକଙ୍କୁ ଉଦ୍ଧାର ହୋଇଥିବା ସ୍ଥାନରୁ ନାଗ ସାପ ମଧ ଉଦ୍ଧାର । ଗଞ୍ଜେଇ କାରବାରର ଦିଗକୁ ନେଇ ମଧ୍ୟ ତଦନ୍ତ ଚାଲିଛି କହିଲେ ଏସପି । ଜଣେ ଯୁବକ ଖସି ଆସି ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା ପରେ ପୋଲିସ ଘଟଣା ସଂପର୍କରେ ଜାରିବାକୁ ପାଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ନୂତନ ପାତ୍ର ଫେରାର ହୋଇଯାଇଛି। ଅପହରଣ କରି ରଖାଯାଇଥିିବା ସ୍ଥାନରେ ଗଞ୍ଜେଇ ଗଛ ଲାଗିଥିଲା। ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଗଛ କାଟିବା ସହ ତଦନ୍ତ କରୁଛି ପୋଲିସ ।
୨ କୋଟି ନ ଦେଲେ ସାପ ଚୋଟ !
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











