ବ୍ୟୁରୋ : ଆପଣମାନେ ତ ଜାଣିଥିବେ ଖାଦ୍ୟରେ ତେଜପତ୍ରର ବହୁଳ ବ୍ୟବହାର କରାଯାଏ । କିନ୍ତୁ, ଆପଣ ଜାଣିଛନ୍ତି କି ଏହାକୁ ଖାଦ୍ୟରେ ସାମିଲ କଲେ କେଉଁ ସବୁ ଲାଭ ମିଳିବ । ତାହେଲେ ଆସନ୍ତୁ ଜାଣିବା ତେଜପତ୍ରକୁ ଖାଦ୍ୟରେ ସାମିଲ କଲେ କଣ ଫାଇଦା ମିଳିବ । ଯେପରି ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ଏବଂ ପେଟ ଫୁଲିବା, କୋଷ୍ଠକାଠିନ୍ୟ ଏବଂ ଡାଇରିଆ ଭଳି ସମସ୍ୟାକୁ ରୋକେ । ଏହା ବ୍ୟତୀତ, ଏହା ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବାରେ ଲାଭଦାୟକ । କିନ୍ତୁ ଆଜି ଆମେ ଆପଣଙ୍କୁ ତେଜପତ୍ର ପାଣି ପିଇବାର ଲାଭ କହିବୁ ଯାହା ଶରୀରର ଅନେକ ସମସ୍ୟାରେ ଉପଯୋଗୀ ହୋଇପାରେ । ଏହା ସହିତ, ଆମେ ଏହାକୁ ତିଆରି କରିବାର ପ୍ରଣାଳୀ ମଧ୍ୟ ଜଣାଇବୁ ।
ତେଜପତ୍ର ପାଣି ହାର୍ଟକୁ ମଜବୁତ କରେ ଏବଂ ଖରାପ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରେ । ଏହିପରି ଭାବରେ ଏହା ହାର୍ଟ ସ୍ୱାସ୍ଥ୍ୟ ପାଇଁ ଅନେକ ଦିଗରେ ଲାଭଦାୟକ ।
ତେଜପତ୍ର ପାଣି ପିଇବା ଦ୍ୱାରା ଡାଇବେଟିସ ନିୟନ୍ତ୍ରଣ କରାଯାଇପାରିବ । ଏହା ଶରୀରରେ ଇନସୁଲିନ୍ ବୃଦ୍ଧି କରି ସୁଗାର ଲେବଲକୁ କମ କରିବାରେ ସାହାଯ୍ୟ କରିପାରିବ ।
ତେଜପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ଭରପୂର ଯାହା ଶ୍ୱାସକ୍ରିୟା ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବାରେ ସାହାଯ୍ୟ କରେ ।
ତେଜପତ୍ର ପାଣି ତିଆରି କରିବା ପାଇଁ, ୨ କପ ପାଣିରେ ୫ଟି ତେଜପତ୍ର ମିଶାଇ ଫୁଟାନ୍ତୁ । ପାଣିକୁ ପ୍ରାୟ ୧ କପ ପର୍ୟ୍ୟନ୍ତ ଫୁଟିବାକୁ ଦିଅନ୍ତୁ । ତା’ପରେ ଉପରେ ଟିକେ ଲୁଣ ମିଶାଇ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ ପାଇପାରିବେ ।
ଜାଣନ୍ତୁ ତେଜପତ୍ର ପାଣିର ଉପକାରିତା, ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିବ ମୁକ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...