ମୁମ୍ବାଇ : ମହାରାଷ୍ଟ୍ରରେ ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ଫୋରଣ । ଭଣ୍ଡାରା ଜବାହରନଗର ସ୍ଥିତ କାରଖାନାରେ ବିସ୍ଫୋରଣ । ଫ୍ୟାକ୍ଟ୍ରି ଭିତରେ ଫସିଛନ୍ତି ୧୨ରୁ ଅଧିକ । ହି ବିସ୍ଫୋରଣରେ ୫ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ପାଖାପାଖି ୧୦୦ଫୁଟ୍ ଉପରକୁ ଧୂଆଁ ବ୍ୟାପିଯାଇଥିବା ଦେଖିବାକୁ ମିଳିଛି । ଫ୍ୟାକ୍ଟ୍ରିରେ ଥିବା ଭାରୀ ଜିନିଷର ଖଣ୍ଡ ବିଖଣ୍ଡିତ ଅଂଶବି ବଦୁ ଦୂରରେ ଉଡିକି ଆସି ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିସମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି ।
Views: 27