ଭୁବନେଶ୍ୱର : ବିରୋଧୀଙ୍କୁ ତାଗିଦ୍ କଲେ ବାଚସ୍ପତି। ଗଠନ ମୂଳକ ଆଲୋଚନା କର। ବିଶୃଙ୍ଖଳିତ ଆଚରଣ କଲେ ହେବ କାର୍ୟ୍ୟାନୁଷ୍ଠାନ। ସେପଟେ ବାଚସ୍ପତିଙ୍କ ବୟାନକୁ ହାସ୍ୟାସ୍ପଦ ବୋଲି କହିଲେ ବିରୋଧୀ ଦଳ ଉପମୁଖ୍ୟସଚେତକ ପ୍ରତାପ ଦେବ। ବାଚସ୍ପତି ହେଉଛନ୍ତି ଗୃହର ମାଲିକ । କିଭଳି ଗୃହକୁ ପରିଚାଳନା କରିବେ ସେ ଦାୟିତ୍ବ ତାଙ୍କର ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିରୋଧୀଙ୍କ ସ୍ୱର ଚପାଇବା ପାଇଁ ବାଚସ୍ପତିଙ୍କ ଉଦ୍ୟମ । ନାଲି ଆଖି ଦେଖେଇଲେ ଚଳିବ ନାହିଁ । ବିରୋଧୀଙ୍କ ସ୍ୱର ବନ୍ଦ ହେବ ନାହିଁ। ଫେବ୍ରୁଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ ।
Views: 27