ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ପରେ ତାଙ୍କର ପ୍ରଥମ ଭାଷଣରେ, ସେ ଚାଇନାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ଯେ ସେ ପାନାମା କେନାଲ ଉପରେ ଚାଇନାର ଆଧିପତ୍ୟ ଶେଷ କରିବେ। ଏହା ପରେ ସେ ଋଷିଆକୁ ଯୁଦ୍ଧ ସମାପ୍ତ କରିବାକୁ ଅନୁରୋଧ କଲେ । ଟ୍ରମ୍ପଙ୍କ ଘୋଷଣା ଏବଂ ବିବୃତିରେ ଦୁଇ ମହାଶକ୍ତି ଚାଇନା ଓ ଋଷିଆ ଉଭୟ ଚିନ୍ତାରେ ପଡିଛନ୍ତି।ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରମ୍ପଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୋଷ୍ଟରେ ଟ୍ରମ୍ପ୍ ପୁଟିନଙ୍କୁ ସିଧାସଳଖ ଯୁଦ୍ଧ ବନ୍ଦ କଥା କରିବାକୁ କହିଛନ୍ତି। ରୁଷବାସୀଙ୍କୁ ସେ ଭଲପାନ୍ତି କିନ୍ତୁ ଯୁଦ୍ଧକୁ ନପସନ୍ଦ କରୁଛନ୍ତି।
Views: 28