ଭୁବନେଶ୍ୱର : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ପାଟନାରୁ ଭୁବନେଶ୍ୱରକୁ ସିଧାସଳଖ ଉଡ଼ିବ ବିମାନ । ଏନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏୟାରଲାଇନ୍ସ ଗୁରୁବାର ଏକ X ପୋଷ୍ଟରେ ଏହା ସୂଚନା ଦେଇଛି। ଏଥି ସହିତ କେବଳ ଭୁବନେଶ୍ୱର ନୁହେଁ ପାଟନାରୁ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ବିମାନ ସେବା ଆରମ୍ଭ କରିଛି ଏୟାରଲାଇନ୍ସ । ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ନିକଟରେ ଏକ X ପୋଷ୍ଟରେ ଉଲ୍ଲେଖ କରିଛି ଯେ ଆଜିଠାରୁ ପାଟନାରୁ ସିଧାସଳଖ ବିମାନ ସେବା ଉଡାଣ ଦ୍ୱାରା ବେଙ୍ଗାଲୁରୁ, ଭୁବନେଶ୍ୱର ଏବଂ ହାଇଦ୍ରାବାଦକୁ ସହଜରେ ସଂଯୋଗ କରିହେବ । ଏହା ମଧ୍ୟ କୁହାଯାଇଛି ଯେ ବର୍ତ୍ତମାନ ୪୦୦ ରୁ ଅଧିକ ଦୈନିକ ବିମାନ ଚଳାଚଳ କରୁଛି, ଯାହା ଗତ ବର୍ଷ ୩୨୫ ରୁ ଅଧିକ ଥିଲା।
Views: 22