The Ultimate Managed Hosting Platform
ADVERTISEMENT

ଘର ଭଡା ବୁଝିବା ବାହାନାରେ ସୁନା ଚେନ ଲୁଟ

Facebook
Twitter
LinkedIn

ଢେଙ୍କାନାଳ : ଘର ଭଡ଼ା ବୁଝିବା ବାହାନାରେ ଆସିଲେ । ଜୋରଜବରଦସ୍ତ ଗେଟ ଭିତରେ ପଶିଲେ । ଏକଦମ ଫିଲ୍ମ ଷ୍ଟାଇଲରେ ମହିଳାଙ୍କୁ ମାଡ଼ ମାରି ଲୁଟିନେଲେ ସୁନା ଚେନ । ଲୁଟ୍ ପାଇଁ ଆପଣେଇଲେ ଏଭଳି ଅଭିନବ ଉପାୟ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ମହିଷାପାଟ ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଲୁଟର ଶିକାର ହୋଇଛନ୍ତି ମହିଷାପାଟ ଅଞ୍ଚଳର ବିଦ୍ୟୁତଲତା ରଥ । ଦୃର୍ବୁତ୍ତମାନେ ବିଦ୍ୟୁତଲତାଙ୍କୁ ତଳେ ପକାଇ ମାଡ ମାରି ଜୋର ଜବରଦସ୍ତ ସୁନା ଚେନ ଲୁଟି ନେଇଥିବା ଜଣାପଡିଛି । ଯାହାର ଭୟଙ୍କର ଦୃଶ୍ୟ କଏଦ ହୋଇଛି ଘର ସିସିଟିଭିରେ । ଅଭିଯୋଗ ମୁତାବକ ଦୁଇଜଣ ଲୁଟେରା ଏକ ମୋଟର ସାଇକେଲରେ ଆସି ବିଦ୍ୟୁତଲତାଙ୍କୁ ଘର ଭଡ଼ା ବାବଦରେ ପଚାରିଥିଲେ । ଏହାପରେ ମହିଳାଙ୍କୁ ତଳେ ପକାଇ ଜୋର୍ ଜବରଦସ୍ତ ସୁନା ଚେନ ଲୁଟି ନେଇଥିଲା । ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି ଟାଉନ୍ ଥାନା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login