ଭୁବନେଶ୍ୱର : ବଡ଼ଧରଣର ନିଶା ଦ୍ରବ୍ୟ ଚାଲାଣର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜର୍ମାନୀ ପ୍ରସ୍ତୁତ ମାରିଜୁଆନା ଜବତ କରାଯାଇଛି । ୪ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କଲା ଡିଆରଆଇ ଓ କଷ୍ଟମ ବିଭାଗ । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ବିମାନବନ୍ଦରରେ ଧରା ପଡିଲାଥିଲା । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲଗେଜ୍ ଯାଞ୍ଚ କଲାବେଳେ କିଛି ବିସ୍କୁଟ୍ ପ୍ୟାକେଟ୍ରୁ ମାରିଜୁଆନା ମିଳିଥିଲା। ଜବତ ମାରିଜୁଆନାର ଓଜନ ପାଖାପାଖି ୪ କେଜି ହେବ ଏବଂ ବଜାର ମୂଲ୍ୟ ୪କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ନିଶା ଦ୍ରବ୍ୟ ଆଣୁଥିବା ଯାତ୍ରୀ କେରଳର ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
Views: 77











