ନୂଆଦିଲ୍ଲୀ : ୟୁଜିସି-ନେଟ ପରୀକ୍ଷା ସ୍ଥଗିତ ରଖିଲା ଏନଟିଏ । ୧୫ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ପୋଙ୍ଗଲ, ମକର ସଂକ୍ରାନ୍ତି ପାଇଁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ତେବେ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ । ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ।ନୂତନ ତାରିଖ ସୂଚନା ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ।ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ଯାହା ଦ୍ୱାରା ସେମାନେ ପରୀକ୍ଷା ସମ୍ବନ୍ଧୀୟ କୌଣସି ନୂତନ ସୂଚନା ବିଷୟରେ ଅବଗତ ହୋଇପାରିବେ ।
Views: 40











