The Ultimate Managed Hosting Platform
ADVERTISEMENT

Bargarh Dhanujatra : କଂସ ବଦ୍ଧ ସହ ଶେଷ ହେଲା ଧନୁଯାତ୍ରା,ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କରି ମହାପ୍ରଭୁଙ୍କୁ କ୍ଷମା ମାଗିବେ କଂସ

Facebook
Twitter
LinkedIn

ବରଗଡ : କଂସ ବଧ ସହ ଶେଷ ହେଲା ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଶେଷ ଦିନରେ ମଞ୍ଚରୁ ପଡ଼ି ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ମୃତ୍ୟୁ ହୋଇଛି । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପଡିଲା ଯବନିକା । ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି । ୧୧ଦିନର ଏହି ଧନୁଯାତ୍ରାରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ଗୋପପୁର ସାଜିଥିଲା । ଦେବକୀ ବସୁଦେବଙ୍କ ବିବାହରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା। ୧୧ ଦିନର ରାଜୁତିରେ ମହାରାଜା କଂସଙ୍କ ନଗର ଭ୍ରମଣ ସହ ଦରବାରରେ ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜନ କଲ୍ୟାଣ ପାଇଁ ତାଗିଦ କରିଥିଲେ ମହାରାଜା କଂସ। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି। ଧନୁଯାତ୍ରାର ଅନ୍ତିମ ଦୃଶ୍ୟ ଦେଖିବାକୁ ବରଗଡ଼ରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା । ଅନ୍ୟପଟେ ମଞ୍ଚରେ ଅଭିନୟବେଳେ ପ୍ରଭୁ କୃଷ୍ଣଙ୍କୁ କଟୁ କଥା ଓ ଅପମାନ କରିଥିବାରୁ ମହାପ୍ରଭୁଙ୍କୁ କ୍ଷମା ମାଗିବେ କଂସ । ଅର୍ଥାତ୍ କଂସ ଚରିତ୍ରରେ ଅଭିନୟ କରିଥିବା ହୃଷୀକେଶ ଭୋଇ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜଗତଗୁରୁଙ୍କ ଶଙ୍କରାଚାର୍ୟ୍ୟଙ୍କ ଶରଣରେ କ୍ଷମା ପ୍ରାର୍ଥନା କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login