The Ultimate Managed Hosting Platform
ADVERTISEMENT

ପଞ୍ଚାୟତ ରାୟ : କିଏ ହାତେଇଛି କେତେ ସିଟ୍ ?

Facebook
Twitter
LinkedIn

ଭୁବନେଶ୍ୱର : ଚାଲିଛି ନିର୍ବାଚନ ପଞ୍ଚାୟତର ଭୋଟ ଗଣତି ପ୍ରକ୍ରିୟା । ଆଜି ଭୋଟ ଗଣତିର ୨ୟ ଦିନ । ପ୍ରାରମ୍ଭିକ ପର‌୍ୟ୍ୟାୟରେ ଭୋଟ ଗଣତିରେ ଏଯାବତ୍ ବାଜି ମାରି ନେଇଛି ବିଜେଡି । ମୋଟ ୮୫୧ ସିଟ୍‌ରୁ ୬୦୮ ସିଟ୍‌ର ଗଣତି ଚାଲିଛି । ଏଥିରେ ବିଜେଡି ୫୩୩ ସିଟ୍‌ର ଆଗୁଆ କିମ୍ବା ବିଜୟୀ ହୋଇଥିବା ବେଳେ ବିଜେପି ୩୬ ସିଟ୍‌ରେ ବିଜୟୀ କିମ୍ବା ଆଗୁଆ ଚାଲିଛି । ସେହିପରି କଂଗ୍ରେସ ୩୦ ସିଟ୍ ବିଜୟୀ ବା ଆଗୁଆ ଚାଲିଥିବା ବେଳେ ଅନ୍ୟାନ୍ୟ ୯ଟି ସିଟ୍‌ରେ ଆଗୁଆ ଚାଲିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ କାର‌୍ୟ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଜେଡି ୨୬୮ ଜୋନରେ ବିଜୟୀ ହୋଇଥିବାବେଳେ ୧୪ଟି ଜୋନରେ ବିଜେପି ଓ ୧୪ଟି ଜୋନରେ କଂଗ୍ରେସ ବାଜିମାତ୍ କରିଛନ୍ତି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଏଯାବତ୍ ବିଜେଡି ବାଜିମାତ କରିଥିବା ବେଳେ ବିରୋଧୀ ନିରାଶ ହୋଇଯାଇଛନ୍ତି । ତେବେ ପୂର୍ବ ପଞ୍ଚାୟତ ନିର୍ବାଚନ ଅପେକ୍ଷା ଦଳ ଚଳିତ ବର୍ଷ ଭଲ କରିବ ବୋଲି ଦଳୀୟ ନେତାମାନେ ଦାବି କରୁଛନ୍ତି । ଦଳୀୟ ନେତା କହୁଛନ୍ତି ଏବେବି ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁରା ଭରସା ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଏନକାଉଣ୍ଟରରେ ମହିଳା ନକ୍ସଲ ନିହତ

ଆତ୍ମସମର୍ପଣ କଲେ ୨୦୮ ନକ୍ସଲ

ଛତିଶଗଡ : ଜଗଦଲପୁରରେ ଆତ୍ମସମର୍ପଣ କଲେ ୨୦୮ ନକ୍ସଲ । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ ।୧୫୩ ମାରଣାସ୍ତ୍ର ସହ ଆତ୍ମସମର୍ପଣ କଲେ ସମସ୍ତ...

ADVERTISEMENT

Login