ହିନେ୍ଦାଳ : କ୍ରିକେଟ ଖେଳରୁ ହେଲା ମହାଭାରତ । ତା ପରେ ମାର ପିଟ ଓ ଭଙ୍ଗାରୁଜା । ଏଭଳି ଘଟଣା ଘଟିଛି ଢେଙ୍କାନାଳ ହିନେ୍ଦାଳରେ । କ୍ରିକେଟ ମ୍ୟାଚକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ସଂଘର୍ଷରେ ୨ଜଣ ଆହତ । ଆହତଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ରବିବାର ଦିନ ହିନ୍ଦୋଳ ବ୍ଲକ ରାସୋଳ ଥାନା ବେଡ଼ାପଡ଼ା ଗାଁରେ ଚାଲିଥିଲା କ୍ରିକେଟ୍ ଖେଳ । ସୁବାସ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ମ୍ୟାଚ୍ ସରିବା ପରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ପରେ ରାତିରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଅଜଣା ସ୍ଥାନରେ ରଖିଛି ପୋଲିସ୍ । ପୋଲିସ୍ ଭୟରେ ଅନେକ ଲୋକ ଗାଁ ଛାଡି ପଳାଇଛନ୍ତି ।
Views: 63











