The Ultimate Managed Hosting Platform
ADVERTISEMENT

Pm modi inaugurates z-morh tunnel : ଜାମ୍ମୁ-କାଶ୍ମୀରର ଗାନ୍ଦରବଲରେ ଜେଡ୍-ମୋର୍ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ଗାନ୍ଦରବଲରେ ଜେଡ୍-ମୋର୍ (Z-Morh) ଟନେଲ୍ ଉଦଘାଟନ କରିଛନ୍ତି । ଏହି ଟନେଲ୍ ନିର୍ମାଣ ପରେ ଲଦାଖ ଯାତ୍ରା ଏବେ ପୂର୍ବ ଅପେକ୍ଷା ସହଜ ହୋଇଯିବ । ଭାରତୀୟ ସେନା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ବର୍ତ୍ତମାନ ଶୀତ ଋତୁରେ ପ୍ରବଳ ତୁଷାରପାତ ହେତୁ ଏହି ହାଇୱେ ବନ୍ଦ ରହିବ ନାହିଁ । ଅର୍ଥାତ୍ ଭାରତୀୟ ସେନା ବର୍ଷସାରା ଏହି ଟନେଲ୍ ବ୍ୟବହାର କରି ସୀମାବର୍ତ୍ତୀ ଅଞ୍ଚଳରେ ପହଞ୍ଚିପାରିବେ । ଟନେଲ୍ ଉଦଘାଟନ ଅବସରରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଏଲଜି ମନୋଜ ସିହ୍ନା ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ । ପିଏମ୍ ମୋଦିଙ୍କ କାଶ୍ମୀର ଗସ୍ତକୁ ନଜରରେ ରଖି ସୁରକ୍ଷା ବାହିନୀ ଘାଟିରେ ସିକ୍ୟୁରିଟି ବଢ଼ାଇ ଦେଇଛି । ପ୍ରାୟ ୧୨ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ୨,୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login