ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଏକବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି । ତିନିଦିନ ପର୍ୟ୍ୟନ୍ତ ସାଂସ୍କୃତିକ ଏବଂ ଧାର୍ମିକ କାର୍ୟ୍ୟକ୍ରମ ଅୟୋଜିତ କରାଯିବ । ରାମମନ୍ଦିରକୁ ୫୦ କ୍ୱିଣ୍ଟାଲ ପୁଷ୍ପରେ ସଜା ଯାଇଛି । ପ୍ରଥମ ବାର୍ଷିକୀ ଆଜି ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ତେବେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀରେ ୩ ଦିବସୀୟ ସମାରୋହ ରାମଜନ୍ମଭୂମିରେ ଆୟୋଜନ କରାଯାଇଛି । ରାମ ମନ୍ଦିର ପରିସରରେ ଭିନ୍ନ-ଭିନ୍ନ ଫୁଲରେ ସଜାଯାଇଛି । ଏହି କାର୍ୟ୍ୟକ୍ରମରେ ସାମିଲ ହେବା ଲାଗି ୨ ହଜାର ସନ୍ଥ ଅଯୋଧ୍ୟାରେ ପହଞ୍ଚିବେ । ପ୍ରାଣ ପ୍ରତିଷ୍ଠା ଭଳି ଆଜି ମଧ୍ୟ ରାମଲଲାଙ୍କୁ ସଜାଯିବ । ମନ୍ଦିର ଟ୍ରଷ୍ଟ ଅନୁସାରେ, ପୁରା ଦିନରେ ଅନେକ ଧାର୍ମିକ ଅନୁଷ୍ଠାନ ସହିତ ରାମକଥା ଏବଂ ରାମଲୀଳା ପ୍ରଦର୍ଶନ ହେବ ।
Ayodhya Ram Mandir Pran Pratistha : ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷ ପୂତ୍ତି, ଆଜିଠୁ ୩ ଦିନ କାର୍ଯ୍ୟକ୍ରମ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...