ଭୁବନେଶ୍ୱର : ଧୀରେ ଧୀରେ ଖୋଲୁଛି ହଂସିତା-ଅନିଲଙ୍କ କଳା ସାମ୍ରାଜ୍ୟର ଗୁମର । ହାଇପ୍ରୋଫାଇଲ ଠକଙ୍କ ବାବଦରେ କମିଶନରେଟ ପୋଲିସ ହାତରେ ଲାଗିଛି ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ । ଆୟକର ବିଭାଗ ମଧ୍ୟ ୪ ଦିନ ଧରି ଦୁଇ ଅଭିଯୁକ୍ତଙ୍କ କଳାଧନର ଖୋଳତାଡ଼ କରିଛି । ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ପ୍ରାୟ ଶହେ କୋଟି ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ଜାଗୁଆର, ଅଡ଼ି ଭଳି ୬ଟି ଦାମୀ କାରର କାଗଜପତ୍ର ଆୟକର ବିଭାଗ ପାଇଥିଲା । ତେବେ ୨କୋଟି ୧୫ ଲକ୍ଷ ଟଙ୍କାର ଆଉ ଏକ ମର୍ସିଡିଜ କାର ଜବତ ପରେ ଆୟକର ବିଭାଗ ଖୋଳତାଡ଼ ଚଳାଇଛି । ଗତ ଡିସେମ୍ବର ୨୪ରେ ଅନିଲଙ୍କ ଜନ୍ମଦିନରେ ହଂସିତା ତାଙ୍କୁ ଏହି ମର୍ସିଡିଜ କାର ଉପହାର ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ରିମାଣ୍ଡ ବେଳେ ହଂସିତା ଓ ଅନିଲଙ୍କୁ କମିଶନରେଟ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ ମୁହାଁ ମୁହିଁ ଜେରା କରିଥିଲା । ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିଛି ପୋଲିସ ।
Views: 52