ନୂଆଦିଲ୍ଲୀ : ଆମେରିକା ଇତିହାସରେ ସବୁଠୁ ଇଙ୍ଗ ବିପର୍ଯ୍ୟୟ । ୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଆମେରିକାରେ ଆତଙ୍କ ସାଜିଛି ୱାଇଲ୍ଡ ଫାୟାର । ଦକ୍ଷିଣ କାଲିଫର୍ଣ୍ଣିଆରେ ଜଙ୍ଗଲ ନିଆଁ ଗୋଟିକ ପରେ ଗୋଟିଏ ସହରକୁ ବ୍ୟାପିବାରେ ଲାଗିଛି । ୨୯ ହଜାର ହେକ୍ଟରରୁ ଅଧିକ ଅଞ୍ଚଳ ନିଆଁ ଲାଗି ଛାରଖାର ହୋଇଛି । ୧ ଲକ୍ଷ ୩୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ଘର ଛାଡ଼ିସାରିଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବ୍ୟାପି ଚାଲିଥିବା ଜଙ୍ଗଲ ନିଆଁ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସମୁଦ୍ର ପଟୁ ପ୍ରାୟ ୧୧୨ କିଲୋମିଟର ବେଗରେ ପବନ ବୋହୁଥିବାରୁ ନିଆଁକୁ ଆୟତ୍ତ କରିବା ସ୍ଥାନୀୟ ଅଗ୍ନିଶମ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି । ନିଆଁ ଲିଭା କାର୍ୟ୍ୟରେ ୪୦୦ ଦମକଳ ବାହିନୀ ନିୟୋଜିତ ଅଛି । ନିଆଁକୁ ଆୟତ୍ତ କରିବାକୁ ୩୦ ହେଲିକପ୍ଟର ମାଧ୍ୟମରେ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ଏଭଳି ସ୍ଥିତିରେ ୱାଇଲ୍ଡ ଫାୟାର ଇମରଜେନ୍ସି ଘୋଷଣା କରିଛି କାଲିଫର୍ଣ୍ଣିଆ । ନିଆଁରୁ ଉପରାଷ୍ଟ୍ରପତି କମଳା ହାରିସଙ୍କ ସମେତ ହଲିଉଡ୍ ମଧ୍ୟ ବାଦ ପଡ଼ିନାହିଁ । ହଲିଉଡ୍ ହିଲକୁ ନିଆଁ ବ୍ୟାପିଥିବା ବେଳେ ଆଖପାଖରେ ରହୁଥିବା ବହୁ ସେଲିବ୍ରିଟିଙ୍କ ଘର ମଧ୍ୟ ଜଳି ପାଉଁଶ ହୋଇଯାଇଛି । ପ୍ୟାରିସ୍ ହିଲଟନ, ଜେମି ଲି କର୍ଟିସ୍, ଟମ୍ ହ୍ୟାଙ୍କସ୍ ଓ ମ୍ୟାଣ୍ଡି ମୁରଙ୍କ ଭଳି ସେଲିବ୍ରିଟିଙ୍କ ଘର ପ୍ରତି ବିପଦ ରହିଛି ।
Fires rage in los Angeles : ଲସ ଏଞ୍ଜଲେସ ନିଆଁରେ ୪ ଲକ୍ଷ କୋଟିର ସମ୍ପତ୍ତି ପାଉଁଶ, ମୃତ୍ୟୁ ସଂଖ୍ୟା ୧୦କୁ ଛୁଇଁଲାଣି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











