The Ultimate Managed Hosting Platform
ADVERTISEMENT

ଜାଗର ଲାଗି ସ୍ୱତନ୍ତ୍ର ରିଲିଫ , କୋଭିଡ୍‌ କଟକଣା ପାଳନ କରିବାକୁ ନିର୍ଦ୍ଦେଶ

Facebook
Twitter
LinkedIn

ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ ପ୍ରୋଟକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଜିଲ୍ଲାପାଳ, ମ୍ୟୁନିସପାଲିଟି କମିଶନର, ପୋଲିସ କମିଶନର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରଦ୍ଧାଳୁମାନେ ମନ୍ଦିର ଆସିବା ବେଳେ ମାସ୍କ, ସାମଜିକ ଦୂରତା ରକ୍ଷା, ପରିସ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖି ଯେପରି ସମସ୍ତ କୋଭିଡ୍ ପ୍ରୋଟକଲ ପାଳନ କରନ୍ତି, ସେ ଉପରେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, ଗତବର୍ଷ ଜାଗରରେ ଶ୍ରଦ୍ଧାଳୁ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଭକ୍ତମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ଏହାସହ ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login