ଭୁବନେଶ୍ୱର : ଭୁବନେଶ୍ବର ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭ । ଯୁବ ସମାବେଶରୁ ଆରମ୍ଭ ହେଲା ୩ ଦିନିଆ ସମ୍ମିଳନୀ । ଏଥିରେ ଦେଖିବାକୁ ମିଳିଛି ଓଡିଶାର କଳା, ଐତିହ୍ୟ ଏବଂ ସଂସ୍କୃତି । ଓଡ଼ିଆ ବ୍ୟାଞ୍ଜନର ମହକ ମହକିଛି ଜନତା ମଇଦାନ । ପ୍ରବାସୀ ଭାରତୀୟଙ୍କୁ ପରସା ଯାଉଛି ଓଡ଼ିଆ ବ୍ୟଞ୍ଜନ। ଦେଶ ବିଦେଶ ଅତିଥିଙ୍କୁ ବ୍ରେକଫାଷ୍ଟ, ଲଞ୍ଚରେ ପରସା ଗଲା ଓଡ଼ିଆ ବ୍ୟଞ୍ଜନ । ପ୍ରାୟ ୭୫୦୦ ଗେଷ୍ଟଙ୍କ ପାଇଁ ବିଭିନ୍ନ କିସମର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏଥିରେ ନିରାମିଷ ଓ ଆମିଷ ଓଡ଼ିଆ ଖାଦ୍ୟ ରହିଛି । କାର୍ୟ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରେଟା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଆରମ୍ଭ କରିଥିଲେ କାର୍ୟ୍ୟକ୍ରମ। ଭାରତରେ ପ୍ରତି ୨୦ ରୁ ୧୩ ଜଣ ହେଉଛନ୍ତି ଯୁବକ। ଏହା ଭାରତର ଶକ୍ତି। ବିକଶିତ ଭାରତ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ଯୁବକଙ୍କୁ ସୁଯୋଗ ମିଳିବା ଆବଶ୍ୟକ। ୩୫ ମିଲିୟନ ପ୍ରବାସୀ ବିଦେଶରେ ରହୁଛନ୍ତି।” ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଅଭିଭାଷଣରେ କହିଛନ୍ତି ବିକଶିତ ଭାରତ ଗଠନରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ବିକାଶ ଆମର ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର। ନିରନ୍ତର ଓଡ଼ିଶାର ବିକାଶ ଆମର ପ୍ରାଥମିକତା ବୋଲି କହିଛନ୍ତି ମୋହନ ମାଝି। ଅପରାହ୍ଣରେ ଅନରାଭେଲିଂ ଇଣ୍ଡିଆଜ ବେଷ୍ଟ କେପ୍ ଟ ସିକ୍ରେଟ ଓ ବିକଶିତ ଓଡିଶା: ଦି ରୋଡ ଆହେଡ ଶୀର୍ଷକରେ ସେସନ ଅନୁଷ୍ଠିତ ହେବ। ଆଜି ସଂଧ୍ୟାରେ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭର ପ୍ରଥମ ଦିନ, ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମିଳନୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...