ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ପରିବହନ ମନ୍ତ୍ରୀଙ୍କ ବୈଠକର ଅଧ୍ୟକ୍ଷତା କରିଛନ୍ତି। ସେଠାରେ ସେ ସଡକ ସୁରକ୍ଷାକୁ ପ୍ରାଥମିକତା ଦେଇ ସେ ସଂପର୍କରେ ନିଜର ମନ୍ତବ୍ୟ ଦେଇଛନ୍ତି। ଗଡ଼କରୀ କହିଛନ୍ତି, ‘‘୨୦୨୪ ମସିହାରେ ସଡ଼କ ଦୁର୍ଘଟଣାରେ ୧.୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୩୦,୦୦୦ ଲୋକଙ୍କର ହେଲ୍ମେଟ୍ ନପିନ୍ଧିବା କାରଣରୁ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଗଡ଼କରୀ ଏକ ଆହୁରି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଆମେ ଏକ ନୂତନ ଯୋଜନା ଆରମ୍ଭ କରିଛୁ। ଦୁର୍ଘଟଣା ଘଟିବା ପରେ ୨୪ ଘଣ୍ଟା ଭିତରେ ଯଦି ପୁଲିସ୍କୁ ଜଣାଯାଏ ତେବେ ସରକାର ୭ ଦିନ ପର୍ୟ୍ୟନ୍ତ ପୀଡ଼ିତର ଚିକିତ୍ସା ଖର୍ଚ୍ଚ ବହନ କରିବେ। ତେବେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କ୍ୟାସଲେସ୍ ଟ୍ରିଟମେଣ୍ଟ ପାଇପାରିବେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି। ତେବେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସହାୟତା ମିଳିବ ବୋଲି ଗଡ଼କରୀ ସୂଚନା ଦେଇଛନ୍ତି।
ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫ ଲକ୍ଷର କ୍ୟାସଲେସ ଟ୍ରିଟମେଣ୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











