The Ultimate Managed Hosting Platform
ADVERTISEMENT

ଓଡିଶାର ଆଉ ଏକ ବାଘ ପହଁଚିଲା ପଶ୍ଚିମବଙ୍ଗରେ ; ରାଗିକି ମମତା କହିଲେ, ତୁମ ଜଙ୍ଗଲରେ ଜାଗା ନାହିଁ ଯଦି ଆମକୁ ବାଘ ଦେଇଦିଅ

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶାର ଆଉ ଏକ ବାଘ ପହଁଚିଲା ପଶ୍ଚିମବଙ୍ଗରେ । ବାଘ ଉଦ୍ଧାର ନେଇ ଓଡିଶା ସରକାର ଓ ବନ ବିଭାଗକୁ କଲେ ଟାର୍ଗେଟ । ଜିନ୍ନତକୁ ଓଡିଶା ଫେରେଇବା ପରେ ଜୋର ଧରିଲା ରାଜନୀତି। ଆଉ ଏକ ବାଘ ବେଙ୍ଗଲ ଚାଲିଯାଇଥିବାର ଆଣିଲେ ଅଭିଯୋଗ । ଯଦି ଓଡିଶା ଜଙ୍ଗଲରେ ଜାଗା ନାହିଁ,ତାହେଲେ ଆମ ବ୍ୟାଘ୍ର ଅଭୟାରଣ୍ୟ ରେ ବାଘକୁ ରଖିଦେବାକୁ କହି ମମତା କରିଛନ୍ତି କଟାକ୍ଷ। ତମ ଜଙ୍ଗଲରେ ଜାଗା ନାହିଁ ଯଦି ବାଘକୁ ଆମକୁ ଦେଇଦିଅ । ରାଗିକି ଖୋଲା ମଞ୍ଚରେ ଏପରି ମମତା ଆହ୍ୱାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଓଡିଶା ବନ ବିଭାଗ ନିଜେ ଆସୁ ନିଜ ବାଘକୁ ନେଇକିଯାଉ । ଓଡ଼ିଶା ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଯେ, ତାଙ୍କ ବାଘ ତାଙ୍କ ଜଙ୍ଗଲରୁ ଅନ୍ୟ ରାଜ୍ୟକୁ ନଯାଉ । ପୂର୍ବରୁ ମଧ୍ୟ ବାଘୁଣୀ ଜିନ୍ନତ ବେଙ୍ଗଲ ଯାଇ ପାଞ୍ଚୋଟି ଜିଲ୍ଲାରେ ଆତଙ୍କ ଖେଳେଇଥିଲା । ଯଦି ବାଘ ପଠାଇବାର ଅଛି ତେବେ ସବୁଦିନ ପାଇଁ ପଠାଇଦିଅ । ଆମ ପାଖରେ ଜଙ୍ଗଲ ଅଛି, ଆମ ପାଖରେ ଟାଇଗର ରେସ୍କ୍ୟୁ ସେଣ୍ଟର ଅଛି ତେଣୁ ଆମକୁ କିଛି ସମସ୍ୟା ହେବ ନାହିଁ ବାଘ ରଖିବାରେ । ଓଡିଶା ସରକାରଙ୍କୁ ଅନୁରୋଧ କରୁଛି ନିଜ ଟିମ୍ ପଠାଇ ବାଘ ନେଇଯାଅ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login