ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଅପରାହ୍ନ ୨ଟାରେ ନିର୍ବାଚନ କମିଶନରଙ୍କ ପ୍ରେସ ମିଟ ରହିଛି । ଫେବୃଆରୀ ୨୩ରେ ଦିଲ୍ଲୀ ବିଧାନସଭାର କାର୍ୟ୍ୟକାଳ ସରିବ । ୭୦ ଆସନ ବିଶିଷ୍ଠ ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେଉଛି । ପୂର୍ବରୁ ଦିଲ୍ଲୀରେ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ ହୋଇଆସୁଛି । ଏଥର କେତେ ପର୍ୟ୍ୟାୟରେ ନିର୍ବାଚନ ହେବ ତା ଉପରେ ନଜର ରହିଛି । ରାଜଧାନୀ ଦିଲ୍ଲୀରେ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ୨୦୨୦ରେ ଫେବୃଆରୀ ୨୦ରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହୋଇଥିଲା । ୨୦୧୫ ଓ ୨୦୨୦ ନିର୍ବାଚନରେ କ୍ଷମତା ଦଖଲ କରିଥିବା ଆପ ତୃତୀୟ ଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି ।
Views: 43