ନୂଆଦିଲ୍ଲୀ : ଭାରତରେ ମାଡିଚାଲିଛି ଚାଇନା ଭାଇରସ । ଦେଶରେ ଆଉ ୨ ସଂକ୍ରମିତ ଚିହ୍ନଟ । କର୍ଣ୍ଣାଟକ ପରେ ମହାରାଷ୍ଟ୍ର ନାଗପୁରରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭ ବର୍ଷ ଓ ୧୩ ବର୍ଷ ବୟସର ୨ ଶିଶୁ ଐଗଚଠ ଆକ୍ରାନ୍ତ ରହିଛନ୍ତି । ବେଙ୍ଗାଳୁରୁରୁ ଚିହ୍ନଟ ହୋଇଥିଲା ପ୍ରଥମ ଓ ଦ୍ବିତୀୟ HMPV ଆକ୍ରାନ୍ତ । ଆଉ ୨ ଆକ୍ରାନ୍ତଙ୍କୁ ମିଶାଇ ଏପର୍ୟ୍ୟନ୍ତ ୮ ଜଣ ଚିହ୍ନଟ ହେଲେଣି । ନାଗପୁରର ଏକ ହସପିଟାଲରେ ଦୁଇ ପିଲାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଟେଷ୍ଟ ପରେ ୭ ବର୍ଷ ଏବଂ ୧୩ ବର୍ଷର ପିଲା ରିପୋର୍ଟ ପଜିଟିଭି ଆସିଥିଲା । ଦୁହେଁ କାଶ ଏବଂ ଜ୍ବରରେ ପୀଡିତ ଥିଲେ । ଗତକାଲି ଗୋଟିଏ ଦିନରେ ଦେଶରେ ୬ଶିଶୁ ପଜିଟିଭି ଚିହ୍ନଟ ହୋଇଥିଲେ । ସୋମବାର ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛଥିବା ଖବର ସାମ୍ନାକୁ ଆସିଥିଲା । ମହାରାଷ୍ଟ୍ର ସରକାର HMPV ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ କହିବା ମୁତାବକ, ଏହି ଭାଇରସ ସଂକ୍ରମଣ କୋଭିଡ-୧୯ ଭଳି ସ୍ଥିତି ଆସିବ ନାହିଁ ।
ଦେଶରେ ବଢୁଛି ଏଚଏମପିଭି ସଂକ୍ରମଣ, ମହାରାଷ୍ଟ୍ର ନାଗପୁରରେ ପୁଣି ୨ ସଂକ୍ରମଣ ଚିହ୍ନଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











