ଜଳେଶ୍ୱର : ଘନ କୁହୁଡି ହେଲା କାଳ । ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରଲର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ରାଜଘାଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ଲର କେବିନକୁ ଗ୍ୟାସ କଟରରେ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଘନ କୁହୁଡି ପାଇଁ ରାସ୍ତା ଦେଖାଯାଇ ନ ଥିଲା । ଟ୍ରଲରଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଟ୍ରଲର କ୍ୟାବିନ ସମ୍ପୂର୍ଣ୍ଣ ଚାପି ହୋଇଯାଥିଲା ଏବଂ ଡ୍ରାଇଭର ସେଥିରେ ଫସି ରହିଯାଇଥିଲେ ।ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।
Views: 51