ଭୁବନେଶ୍ୱର : ଆସନ୍ତାକାଲି ପ୍ରବାସୀ ଭାରତୀୟ ମହାକୁମ୍ଭ । ୩ ମେଗା ଇଭେଣ୍ଟ ସଜେଇ ହୋଇଛି ଭୁବନେଶ୍ୱର । ଓଡିଆ ସଂସ୍କୃତି ଅନୁଯାୟୀ ପ୍ରବାସୀଙ୍କୁ ସ୍ୱାଗତ କରାଯିବ । ପର୍ୟ୍ୟଟନ, ବାଣିଜ୍ୟ, ଶିଳ୍ପ ପାଇଁ ବିଭିନ୍ନ ସେସନ୍ ରହିବ । ମେଗା ଇଭେଣ୍ଟକୁ ସଫଳ କରିବାକୁ ରାଜ୍ୟ ସରକାରଙ୍କ କସରତ ଜାରି ରହିଛି । ଏପର୍ୟ୍ୟନ୍ତ ସାଢ଼େ ୩ ହଜାର ପ୍ରବାସୀ ପଞ୍ଜିକରଣ କରି ସାରିଲେଣି । ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ। ଭୁବନେଶ୍ୱର ବିମାନବନ୍ଦରରେ ବିଜେପି ପକ୍ଷରୁ ପ୍ରବାସୀ ଭାରତୀୟଙ୍କୁ ଦିଆଯିବ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା । ପ୍ରବାସୀ ଭାରତୀୟ ଦିବସ ବେଳେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଜନତା ମୈଦାନ । ଧମକପୂର୍ଣ୍ଣ ମେଲ୍ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି ।ସେହିପରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆସୁଥିବାରୁ ସିସିଟିଭି ସର୍ଭେଲାନସରେ ରହିବ ନଜର। ସମ୍ମିଳନୀ ବେଳେ ରାଜଧାନୀରେ ମୁତୟନ ହେବେ ୮୦ପ୍ଲାଟୁନ ପୋଲିସ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ । ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ ।
ଦିନକ ପରେ ପ୍ରବାସୀ ଭାରତୀୟ ଦିବସ :ସୁରକ୍ଷାରେ ୮୦ ପ୍ଲାଟୁନ ଫୋର୍ସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











