କୋଲକତା : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଷ୍ଟାର କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲି। କାର୍ ଯୋଗେ ଯାଉଥିବା ବେଳେ ତାଙ୍କ କାରକୁ ଏକ ବସ୍ ଧକ୍କା ଦେଇଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ତାଙ୍କ କାରର ଲୁକିଂ ଗ୍ଲାସ୍(କାରର ସାମ୍ନା କବାଟ ପାଖରେ ଲାଗିଥିବା କାଚ) ଭାଙ୍ଗି ଚୁରମାର ହୋଇଥିବା ବେଳେ ସନା ସୁରକ୍ଷିତ ଥିବା ଜଣଯାଇଛି। ଏହି ଘଟଣା ପରେ ଏବେ ପୁଲିସ ବସ୍ ଚାଳକକୁ ଅଟକ ରଖିଛି।
Views: 35