ରାଉରକେଲା : ସୁରକ୍ଷାକର୍ମୀଙ୍କୁ ବାନ୍ଧି ଲୁଟି ନେଲେ କ୍ୟାସ । କାର ଶୋ ରୁମ ଭିତରେ ପଶି ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ରାଉରକେଲା ବେଦବ୍ୟାସ ଅଞ୍ଚଳରୁ ହୋଇଛି ଏପରି ଲୁଟ । ବ୍ରାହ୍ମଣୀ ତରଙ୍ଗ ଥାନା ନିକଟସ୍ଥ ଏକ ଗାଡ଼ି ଶୋ ରୁମରୁ କ୍ୟାସ ବାକ୍ସ ତାଡିନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ୩ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସୋରୁମ୍ ରେ ପଶି ସମସ୍ତ ଡ୍ର ମଧ୍ୟ ଭାଙ୍ଗି ଦେଇଛନ୍ତି । ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଧମକ ଚମକ ଦେବା ସହ ହାତଗୋଡ଼ ବାନ୍ଧି ଦେଇଥିଲେ । ଏହାପରେ ଶୋ’ ରୁମରେ ଥିବା କ୍ୟାସ୍ ବକ୍ସକୁ ଲୁଟି ନେଇଛନ୍ତି ଡକାୟତ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।
Views: 38