ଭୁବନେଶ୍ୱର : ଓଡ଼ିଶା ଏବେ ସାଇବର ଲୁଟେରାଙ୍କ ହବ ପାଲଟିଯାଇଛି । ୪ ବର୍ଷ ଭିତରେ ଓଡ଼ିଶାରୁ ସାଇବର ଲୁଟେରାମାନେ ୫୦୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । କେବଳ ୨୦୨୪ ମସିହାରେ ଓଡ଼ିଶାରୁ ସାଇବର ଲୁଟେରାମାନେ ୩୫୦ କୋଟିରୁ ଅଧିକ ଲୁଟିଛନ୍ତି । ଏହା ଭିତରେ ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ସଂସ୍ଥା ଲାଗିପଡ଼ିଛି । କିନ୍ତୁ ସେହି ଅନୁସାରେ ସାଇବର ଠକମାନେ ମଧ୍ୟ ନୂଆନୂଆ ଫନ୍ଦି ବାହାର କରିଛନ୍ତି । ଏବେ ଡିଜିଟାଲ୍ ଆରେଷ୍ଟ କରି ଲୋକଙ୍କୁ ଲୁଟୁଛନ୍ତି । ଫଳରେ ୨୦୨୪ରେ ରେକର୍ଡ ୩୫୦ କୋଟି ଟଙ୍କା ଲୁଟ୍ ହୋଇଛି । ଏନେଇ କ୍ରାଇମ୍ବ୍ରାଞ୍ଚ୍ ଏଡିଜି ବିନୟତୋଷ ମିଶ୍ରଙ୍କ କହିବା କଥା ଲୋକଙ୍କୁ ସଚେତନ କରିବା ପରେ ବି କିଛି ସୁଫଳ ମିଳୁନାହିଁ । ଖୁବ୍ ଶୀଘ୍ର ସ୍ବତନ୍ତ୍ର ସାଇବର ଵିଙ୍ଗ୍ ଗଠନ କରାଯିବା ସହ ସାଇବର ହେଡ୍କ୍ବାର୍ଟର୍ସରେ ଜଣେ ଆଇଜି କିମ୍ବା ଏଡିଜି ରୢାଙ୍କ୍ର ଅଫିସର ନିୟୋଜିତ ହେବେ। ସେହିଭଳି ସବୁ ଜିଲ୍ଲାରେ ୩୦ ସାଇବର ଥାନା ପ୍ରତିଷ୍ଠା କରାଯିବ । ଏବେ ରାଜ୍ୟରେ ୧୪ଟି ସାଇବର ଥାନା ଅଛି ଏବଂ ଆଉ ୨୦ଟି ସାଇର ଥାନା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି ।
ରାଜ୍ୟରେ ବଢୁଛି ସାଇବର ଠକେଇ, ୪ ବର୍ଷରେ ଓଡିଶାରୁ ଲୁଟିଲେଣି ୫ ଶହ କୋଟି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











