The Ultimate Managed Hosting Platform
ADVERTISEMENT

ବାଂଲାଦେଶୀ ସନ୍ଥ ଚିନ୍ମୟ ଦାସଙ୍କୁ ମିଳିଲାନି ଜାମିନ

Facebook
Twitter
LinkedIn

ନୂଆଦିଲ୍ଲୀ: ବାଂଲାଦେଶୀ ସନ୍ଥ ଚିନ୍ମୟ ଦାସଙ୍କୁ ମିଳିଲାନି ଜାମିନ । ଅଦାଲତ ଚିନ୍ମୟ ଦାସଙ୍କ ଜାମିନ ଯାଚିକାକୁ ଖାରଜ କରିଛନ୍ତି । ଚଟଗାଁବ ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ତେଣୁ ଚିନ୍ମୟ ଦାସ ଜେଲରେ ହିଁ ରହିବେ । ଗତବର୍ଷ ନଭେମ୍ବର ୨୫ ତାରିଖରେ ଇସ୍କନ ମନ୍ଦିର ପୂଜାରୀ ତଥା ହିନ୍ଦୁ ସନ୍ଥ ଚିନ୍ମୟ ଦାସକୁ ବାଂଲାଦେଶ ପୋଲିସ ଗିରଫ କରିଥିଲା । ଦେଶଦ୍ରୋହ ଅଭିଯୋଗରେ ଢ଼ାକାର ବିମାନ ବନ୍ଦରରୁ ପୋଲିସ ଚିନ୍ମୟ ଦାସଙ୍କୁ ଉଠାଇ ନେଇଥିଲା । ତେବେ ଆଜି ହିନ୍ଦୁ ସାଧୁ ଚିନ୍ମୟ ଦାସଙ୍କ ଜାମିନ ଆବେଦନକୁ ଚଟଗାଁବ କୋର୍ଟ ଖାରଜ କରିଦେଇଛନ୍ତି । ଖବର ମୁତାବକ, ଢ଼ାକା ଠାରୁ ଚଟଗାଁବ ଆସିଥିବା ୧୧ ଜଣ ସୁପ୍ରିମକୋର୍ଟ ଓକିଲଙ୍କ ଏକ ଟିମ୍ ମେଟ୍ରୋପଲିଟାନ୍ ଜଜ୍ ଜଷ୍ଟିସ୍ ମହମ୍ମଦ ସୈଫୁଲ ଇସଲାମଙ୍କ ସମ୍ମୁଖରେ ପ୍ରାୟ ୩୦ ମିନିଟ୍ ଧରି ଯୁକ୍ତିତର୍କ କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଜାମିନ ଆବେଦନକୁ ରଦ୍ଦ କରିଛନ୍ତି । ଚିନ୍ମୟଙ୍କ ଓକିଲଙ୍କ କହିବା ମୁତାବକ, ସେ ଜାମିନ ପାଇଁ ହାଇକୋର୍ଟରେ ଏବେ ଆବେଦନ କରିବେ । ଏଥିପାଇଁ ଯୋଜନା ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login