The Ultimate Managed Hosting Platform
ADVERTISEMENT

ଶ୍ରୀଲୋକନାଥଙ୍କ ମନ୍ଦିରରେ ଜଳିବ ବିରାଟ ଜଗତମଙ୍ଗଳ ଦୀପ

Facebook
Twitter
LinkedIn

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ମହାପ୍ରଭୁ ଶ୍ରୀଲୋକନାଥଙ୍କ ମନ୍ଦିରରେ ଜଳିବ ବିରାଟ ଜଗତମଙ୍ଗଳ ଦୀପ । ୧୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ଏହି ଜଗତମଙ୍ଗଳ ଦୀପ ପ୍ରଜ୍ୱଳନ କାର‌୍ୟ୍ୟକ୍ରମ । ୭ ଫୁଟ ଲମ୍ବା, ୪ ଫୁଟ ଚଉଡ଼ା ଓ ୨ ଫୁଟ ଗଭୀର ଏହି ଜଗତମଙ୍ଗଳ ଦୀପ । ଏହି ଦୀପରେ ୫୦୦ ଫୁଟ ଲମ୍ବା ଓ ୧୦ ଇଞ୍ଚ ମୋଟେଇ ସଳିତା ପଡ଼ିବ । ଯାହା ଜାଗର ପରଦିନ ସକାଳ ପର‌୍ୟ୍ୟନ୍ତ ମଧ୍ୟ ଜଳିବ । ଏହି ଦୀପ ମଧ୍ୟରେ ପଡ଼ିବ ୪୫ ଟିଣ ଶୁଦ୍ଧ ଘିଅ । ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠ ପରିସରରେ ଥିବା ପାର୍ବତୀ ସାଗର ପୁଷ୍କରିଣୀ ଉପରେ ବନ୍ଧା ଯାଇଥିବା ବିରାଟ ମଞ୍ଚା ଉପରେ ଏହି ଦୀପକୁ ସ୍ଥାପନ କରାଯାଇଛି । ବିଶ୍ୱର ମଙ୍ଗଳ ନିମନ୍ତେ ପ୍ରତିବର୍ଷ ଏହି ଦୀପ ଜାଳିଆସୁଛନ୍ତି ପୁରୀ ବାସେଳୀ ସାହି ଲୋକନାଥ ରୋଡ ଗଦାଧର ହାଇସ୍କୁଲ ନିକଟ ବାସିନ୍ଦା ସାମାଜିକ କର୍ମୀ ରାମକୃଷ୍ଣ ହୋତା । ଚଳିତ ବର୍ଷ କରୋନାରୁ ମୁକ୍ତି, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସମସ୍ତଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ଶ୍ରୀ ହୋତା ଏହି ଦୀପ ଶ୍ରୀଲୋକନାଥ ମହାପ୍ରଭୁଙ୍କ ଆଗରେ ବସାଇଥିବା କହିଛନ୍ତି ।ଏହା ଦୁନିଆର ସବୁଠାରୁ ବଡ଼ଦୀପ ବୋଲି ମଧ୍ୟ ଦାବି କରିଛନ୍ତି । ରାମକୃଷ୍ଣ କୁହନ୍ତି, ଏହି ଦୀପ ପ୍ରତିବର୍ଷ ନୂଆ କରାଯାଏ । ଯାହା କଟକ ବିଡ଼ାନାସୀର ଜଣେ କାରିଗର କରି ଦିଅନ୍ତି । ପୁରୀ ଲକ୍ଷ୍ମୀବଜାର ଜଣେ ବ୍ୟବସାୟୀ ସଳିତା ଯୋଗାଇ ଦିଅନ୍ତି । ଏଥିନିମନ୍ତେ ସ୍ୱତନ୍ତ୍ର ଭାବେ ଅର୍ଡର ଦିଆଯାଇଥାଏ । ଗିନିଜ୍ ବୁକ୍ ରେକର୍ଡସ୍‌ରେ ଦୀପକୁ ସ୍ଥାନ ଦେବା ନିମନ୍ତେ ମଧ୍ୟ ଚଳିତ ବର୍ଷ ଜୁରୀ ଆସୁଛନ୍ତି । ଜାଗର ପରଦିନ ଏହି ବିରାଟ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ । ଦୀପ ପ୍ରଜ୍ଜ୍ୱଳନ ଉଦ୍‌ଘାଟନ କାର‌୍ୟ୍ୟକ୍ରମରେ ବିଧାୟକ, ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳ ଯୋଗଦେବାର ପସ୍ତୁତି ରହିଥିବା ଶ୍ରୀ ରାମକୃଷ୍ଣ ହୋତା କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login