ଭୁବନେଶ୍ୱର : ଆଜି ଓଡିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହା ପରେ ରାଜଭବନ ଯାଇ ସେଠାରୁ ପୁରୀ ଅଭିମୁଖେ ଯିବେ । ପୁରୀ ରାଜଭବନରେ ରାତ୍ରୀ ଯାପନ କରିବେ ନବ ନିଯୁକ୍ତ ରାଜ୍ୟପାଳ ହରିବାବୁ । କାଲି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ । ସେଠାରୁ ଭୁବନେଶ୍ୱର ଫେରିବେ । ତା ପରେ ସକାଳ ୧୦ଟା ୧୫ରେ ଓଡିଶାର ରାଜ୍ୟପାଳ ଭାବେ ଶପଥ ନେବେ । ନୂଆ ରାଜ୍ୟପାଳଘ୍କ ଶପଥ କାର୍ଯ୍ୟକ୍ରମ ପାଇଁ ରାଜଭବନ ଅଭିଷେକ ହଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।
ଛାତ୍ର ଜୀବନରେ ରାଜନୀତି ପ୍ରତି ଆଗ୍ରହ ରଖିଥିବା ହରିବାବୁ ୧୯୭୨ରେ ରାଜନୀତିରେ ସାମିଲ ହେଲେ । ୧୯୭୭ ମସିହାରେ ଆନ୍ଧ୍ରପ୍ରଦେଶ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହା ପରେ ୧୯୯୧ ମସିହାରୁ ୧୯୯୩ ମସିହା ପର୍ୟ୍ୟନ୍ତ ସେ ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଥିଲେ ।୧୯୯୯ ମସିହାରେ ସେ ବିଶାଖାପାଟଣା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାସହିତ ୨୦୧୪ରୁ ୨୦୧୮ ମସିହା ପର୍ୟ୍ୟନ୍ତ ରାଜ୍ୟ ବିଜେପି ସଭାପତି ଦାୟିତ୍ୱରେ ଥିଲେ। ୨୦୨୧ ମସିହା ଜୁଲାଇ ୬ ତାରିଖରେ ତାଙ୍କୁ ମିଜୋରମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଜନ୍ମିତ କେ ହରିବାବୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବି. ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଛନ୍ତି।ଗତ ୨୪ ତାରିଖରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।
ଆଜି ଓଡିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











