ନୂଆଦିଲ୍ଲୀ : ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟର । ୧୦୦ ବର୍ଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ଜର୍ଜିଆ ସ୍ଥିତ ବାସ ଭବନରେ ନିଜ ପରିବାର ବର୍ଗଙ୍କ ମଧ୍ୟରେ ସେ ମୃତ୍ୟୁବରଣ କରିଛନ୍ତି । କାର୍ଟର କିଛିଦିନ ହେବ ମେଲାନୋମା ନାମକ ରୋଗରେ ପୀଡ଼ିତ ଥିଲେ । ରାଷ୍ଟ୍ରପତି ପଦ ଛାଡ଼ିବା ପରେ ନିଜର ସଂସ୍ଥା ”କାର୍ଟର ସେଣ୍ଟର” ମାଧ୍ୟମରେ ସେ ଲୋକଙ୍କ ସେବା ଆରମ୍ଭ କରିଥିଲେ । ସେଥିପାଇଁ ତାଙ୍କୁ ୨୦୦୨ରେ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ମିଳିଥିଲା । କାର୍ଟରଙ୍କ ମୃତ୍ୟୁ ନେଇ ଡୋନାଲ୍ଡ ଟ୍ରମ୍ପ ଶୋକ ପ୍ରକାଶ କରିଛନ୍ତି ।ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଛି । ସେ ଏକ ରାଜନେତା ସହ ମାନବବାଦୀର କିମ୍ବଦନ୍ତୀ ଥିଲେ ।
Views: 45