ସୋର : ରାସ୍ତା ତଳକୁ ଖସିପଡିଲା ଅଟୋ । ସୋର କୁପାରୀ ରାସ୍ତା କୋଚିଆକୋଇଲି ଠାରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଛି ଅଟୋ । ଅଟୋରେ ୬ ଜଣ ଥିବା ବେଳେ ଆହତ ଛାତ୍ରଛାତ୍ରୀଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା, କଳିହା ଓ ଗଣ୍ଡିବେଡ଼ ଗାଁରୁ ୬ ଜଣ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଟୋ ଅର୍ଜୁନପୁରସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଟିଉସନ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ୬ ଜଣ ଛାତ୍ରଛାତ୍ରୀ ଅଟୋରେ ଥିଲେ । ଅଟୋଟି ସୋର କୁପାରୀ ରାସ୍ତା କୋଚିଆକୋଇଲି ଠାରେ ଅଟୋଟି ରାସ୍ତା ତଳକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ମାନେ ଦେଖି ତୁରନ୍ତ ପିଲା ମାନଙ୍କୁ ଉଦ୍ଧାର କରିଥିଲେ ।
Views: 39