ନୂଆଦିଲ୍ଲୀ : ଆମେରିକାର ଟେକ୍ସାସ୍ ଓ ମିସିସିପିରେ ଭୟଙ୍କର ଝଡ଼ ସୃଷ୍ଟି ହୋଇଛି । ଶନିବାର ଗୋଟିଏ ପରେ ଗୋଟିଏ ଝଡ଼ରେ ଅନେକ ଗାଡ଼ି ଏବଂ ଘରର ଛାତ ଉଡ଼ିଯାଇଛି । ବହୁ ସଂଖ୍ୟକ ଗଛ ଓ ପୋଲ ଏଥିରେ କ୍ଷତିଗ୍ରସ୍ତ ହୋଇଛି । ଏହି ଘୂର୍ଣ୍ଣିଝଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଝଡ଼ର ପ୍ରକୋପ ଏତେ ଅଧିକ ଥିଲା ଯେ ଅନେକ ଘରର ଛାତ ପବନରେ ଉଡ଼ିଯାଇଥିଲା । ବାହାରେ ପାର୍କିଂ ହୋଇଥିବା ଅନେକ ଗାଡ଼ିମୋଟର ମଧ୍ୟ ଓଲଟି ପଡ଼ିଥିଲା । ହ୍ୟୁଷ୍ଟନର ଦକ୍ଷିଣରେ ଥିବା ଲିଭରପୁଲ୍ ଅଞ୍ଚଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗମ୍ଭୀର ରୂପେ ଆହତ ହୋଇଛନ୍ତି । ଲିଭରପୁଲ୍ ଏବଂ ହିଲକ୍ରେଷ୍ଟ ଭିଲେଜ ତଥା ଆଲଭିନ୍ ମଧ୍ୟରେ କାଉଣ୍ଟିର ଅନେକ ସ୍ଥାନ ଝଡ଼ ଦ୍ୱାରା ପ୍ରଭାବିତ ହୋଇଛି । ସେ କହିଛନ୍ତି ଯେ ଏ ପର୍ୟ୍ୟନ୍ତ ଅଧିକାରୀମାନେ ପାଖାପାଖି ୧୦ଟି କ୍ଷତିଗ୍ରସ୍ତ ଘରକୁ ଚିହ୍ନଟ କରିଛନ୍ତି । ଆହୁରି କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ବହୁ ସଂଖ୍ୟାରେ ଘର, ପ୍ରତିଷ୍ଠାନ ଏବଂ ଦୋକାନ ନଷ୍ଟ ହୋଇଥିବାର ଆଶଙ୍କା କରାଯାଉଛି ।
ଟେକ୍ସାସ ଓ ମିସିସିପିରେ ଭୟଙ୍କର ଝଡ, ପବନରେ ଉଡିଗଲା ଘରର ଛାତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...