The Ultimate Managed Hosting Platform
ADVERTISEMENT

ଘରୋଇ ହିଂସା ମାମଲାରେ ଅଡୁଆରେ ଟେନିସ୍ ଖେଳାଳୀ ଲିଆଣ୍ଡର ପେସ୍ ଗର୍ଲଫ୍ରେଣ୍ଡ ରିୟାଙ୍କୁ ଦେବେ କ୍ଷତିପୂରଣ…

Facebook
Twitter
LinkedIn

ନୂଆଦିଲ୍ଲୀ : ଅଡ଼ୁଆରେକ୍ଷ ଟେନିସ୍ ଖେଳାଳୀ ଲିଆଣ୍ଡର ପେସ୍ । କିମ୍ବଦନ୍ତୀ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସଙ୍କ ବଢ଼ିଲା ଅଡ଼ୁଆ। ପେସ୍‌ଙ୍କ ବିରୋଧରେ ତାଙ୍କ ପାର୍ଟନର୍ ରିୟା ପିଲ୍ଲାଇ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ମାମଲାର କୋର୍ଟଙ୍କ ରାୟ ରିୟାଙ୍କ ସପକ୍ଷରେ ଯାଇଥିବା ବେଳେ ପେସଙ୍କୁ ଏ ନେଇ ଲାଗିଛି ବଡ଼ ଝଟକା। ତାଙ୍କ ପୂର୍ବତନ ପାର୍ଟନର୍ ରିୟା ପିଲ୍ଲାଇ କରିଥିବା ଘରୋଇ ହିଂସା ମାମଲାରେ ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି । କହିଛନ୍ତି ପେସ୍ ନିଜର ପୂର୍ବତନ ପାର୍ଟନର୍ ତଥା ମଡେଲ୍ ଏବଂ ଅଭିନେତ୍ରୀ ରିୟାଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଘରୋଇ ହିଂସା କରିଛନ୍ତି। ୨୦୧୪ରେ ରିୟା ପେସଙ୍କ ବିରୋଧରେ ଘରୋଇ ହିଂସା ସମ୍ବନ୍ଧିତ ମାମଲାର ଦାୟର କରିଥିଲେ।ଏବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ରିୟା ଅଲଗା ରହିବାକୁ ଚାହୁଛନ୍ତି, ତାହେଲେ ପେସ୍ ତାଙ୍କୁ ମାସିକ ଭରଣ ପୋଷଣ ପାଇଁ ୧ ଲକ୍ଷ ଟଙ୍କା ବ୍ୟତୀତ ଭଡ଼ା ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିବେ। ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋମଲ ସିଂହ ରାଜପୁତ ଚଳିତ ମାସ ଆରମ୍ଭରୁ ଆଦେଶ ଦେଇଥିଲେ, କିନ୍ତୁ ଏହାର କପି ବୁଧବାର ଜାରି ହୋଇଛି। ପେସଙ୍କ ସହ ଲିଭ୍ ଇନ୍ ରିଲେସନରେ ରହୁଥିବା ପିଲାଇ ୨୦୧୪ରେ ଘରୋଇ ହିଂସା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପିଲାଇଙ୍କ କହିବା ଅନୁସାରେ ପେସ୍ ତାଙ୍କ ସହ ୮ ବର୍ଷ ଧରି ଲିଭ୍-ଇନ୍ ରିଲେସନରେ ରହୁଥିଲେ। ପେସ୍ ନିଜ କାର‌୍ୟ୍ୟ ଏବଂ ଆଚରଣ ମାଧ୍ୟମରେ ତାଙ୍କୁ ମୌଖିକ, ଭାବପ୍ରବଣତା ଏବଂ ଆର୍ଥିକ ଶୋଷଣ କରିଥିବା ନେଇ ଦାବି କରିଥିଲେ। ମାଜିଷ୍ଟ୍ରେଟ୍ ମଧ୍ୟ ନିର୍ଦ୍ଦେଶରେ କହିଛନ୍ତି, ଏହା ଘରୋଇ ହିଂସାକାଣ୍ଡ ଘଟାଇଥିବା ପ୍ରମାଣିତ ହୋଇଛି।

କୋର୍ଟ ଏ ନେଇ କହିଛନ୍ତି, କି ଯଦି ପିଲାଇ ନିଜ ପାର୍ଟନର୍ ପେସଙ୍କ ସହ ରହିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ଭଡ଼ା ପାଇଁ ପ୍ରାପ୍ୟ ମିଳିବ ନାହିଁ। କାହିଁକି ନା ପେସଙ୍କ ଟେନିସ୍ କ୍ୟାରିୟର ଶେଷ ହୋଇଯାଇଛି, ତେଣୁ ଏଭଳି ପରିସ୍ଥିତିରେ ଯଦି ପିଲ୍ଲାଇଙ୍କୁ ଭରଣପୋଷଣ ବ୍ୟତୀତ ଭଡ଼ା ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଏ, ତେବେ ଏହା ହେବ ନାହିଁ। କହିବାକୁ ଗଲେ ବର୍ତ୍ତମାନ ପେସ୍ ଅଭିନେତ୍ରୀ କିମ୍ ଶର୍ମାକୁ ଡେଟ୍ କରୁଛନ୍ତି । ରିୟା ସଞ୍ଜୟ ଦତ୍ତଙ୍କ ପୂର୍ବ ପତ୍ନୀ। ସେ ସଞ୍ଜୟଙ୍କୁ ଛାଡପତ୍ର ନଦେଇ ପେସ୍‌ଙ୍କ ସହ ଆଫେୟାର୍ସ ରଖିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login