The Ultimate Managed Hosting Platform
ADVERTISEMENT

ରାସ୍ତା କଡରେ ପଡିଛି ସରକାରୀ ଔଷଧ

Facebook
Twitter
LinkedIn

ସାନଖେମୁଣ୍ଡି : ଲୋକଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ସରକାର ମାଗଣା ଚିକିତ୍ସା ସୁବିଧା ସହ ମାଗଣା ଔଷଧ ଯୋଗାଣ ଜାରି ରଖିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଲୋକଙ୍କୁ ବିନା ଖର୍ଚ୍ଚରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ମାତ୍ର ଏହି ଔଷଧ ଲୋକଙ୍କୁ ପ୍ରଦାନ ବଦଳରେ ରାସ୍ତା କଡ଼ରେ ଫିଙ୍ଗାଯାଉଛି। ଏପରି ଏକ ଦୃଶ୍ୟ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବିଜୟ ଆଦିଗନ୍ଦପୁର ନିକଟ ରାସ୍ତାକଡ଼ରେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଏତେ ପରିମାଣର ସରକାରୀ ଔଷଧ ରାସ୍ତାକଡ଼ରେ ପଡ଼ିଥିବା ଘଟଣା ନେଇ ସାଧାରଣରେ ନାନ ପ୍ରକାର ଚର୍ଚ୍ଚା ହେଉଛି। କିଏ ଏବଂ କାହିଁକି ଏସବୁ ଔଷଧ ଫିଙ୍ଗିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login